Cantitate/Preț
Produs

Ekabana Ekathi

Autor Gourahari Das
Paperback – 9 oct 2026
ଦି' ହଜାର ସାତ ମସିହାରେ ପ୍ରକାଶ ପାଇଥିଲା ମୋର ନିର୍ବାଚିତ ଗଳ୍ପ ସଂକଳନ 'ପିଛିଲା ପଚିଶ', ଯଦିଓ ତା'ର ପ୍ରକାଶ ପାଇବା ଉଚିତ ଥିଲା ଦି' ହଜାର ମସିହାରେ, ଗପ ଲେଖାର ପଚିଶ ବର୍ଷ ପୂରୁଥିବା ସମୟରେ। ସେ ବହିଟି ବେଶି ସଂଖ୍ୟକ ପାଠକଙ୍କ ପାଖରେ ପହଞ୍ଚିଥିଲା କି ନାହିଁ ତାହା ନେଇ ମୋର ସନ୍ଦେହ। ସେଥିପାଇଁ ୨୦୨୬ରେ, ଗପ ଲେଖାର ଏକାବନ ବର୍ଷ ପୂର୍ତ୍ତି ଅବସରରେ ଯେତେବେଳେ 'ଏକାବନ ଏକାଠି'ର ପ୍ରକାଶ ପ୍ରସ୍ତାବ ଆସିଲା ବାସ୍ତବରେ ମୁଁ ଭାରି ଆନନ୍ଦିତ ହେଲି। ପୁରୁଣା ଗପଗୁଡ଼ିକୁ ଆଉଥରେ ଏକାଠି ଦେଖିବାର ଇଚ୍ଛା ମୋତେ କିଛି ସମୟ ପାଇଁ ଭାବପ୍ରବଣ କରିଦେଲା।
'ଏକାବନ ଏକାଠି'ର ପରିକଳ୍ପନା, ରୂପାୟନ ଏବଂ ପ୍ରକାଶନ ପାଇଁ ମୋର ଏକାଧିକ ବନ୍ଧୁ ଓ ପରିବାର ସଦସ୍ୟ ଧନ୍ୟବାଦାର୍ହ। ଗତ ଅର୍ଦ୍ଧଶତାବ୍ଦୀ ଭିତରେ ଭାରତ ଏବଂ ଓଡ଼ିଶା ବହୁତ ବଦଳିଯାଇଛି। ମୋର ଗପ ପଛରେ ଛାଡ଼ିଆସିଥିବା ସେହି ସମୟର ଗପ, ମୁଁ ଜିଇଥିବା ଜୀବନର ଗପ ଏବଂ ମୁଁ ଭୋଗିଥିବା ସମସ୍ୟାମାନଙ୍କର ଗପ। ପାଠକମାନେ ଦେଖିବାକୁ ଚାହିଲେ, ଏ ଗପଗୁଡ଼ିକର ଧାଡ଼ି ଭିତର ଦେଇ ସେହି ଭାରତ ଓ ଓଡ଼ିଶା, ତା'ର ସହର ଓ ଗାଁ, ସର୍ବୋପରି ମୋ ପିଲାଦିନର ନଈକୁ ମଧ୍ୟ ଦେଖିପାରିବେ। ସେ ନଈର ନାଆଁ ମନ୍ତେଇ, ଯିଏ ମୋ ପାଇଁ ଖାଲି ନଈଟିଏ ନୁହେଁ, ବହିଯାଉଥିବା ଗୋଟେ ଗପବହି।
- ଗୌରହରି ଦାସ, ୯ ଅକ୍ଟୋବର ୨୦୨୬, ଭୁବନେଶ୍ୱର, ଭାରତ
Citește tot Restrânge

Preț: 24039 lei

Precomandă

Puncte Express: 361

Carte nepublicată încă

Livrare prin curier în România Precomanda se expediază când titlul devine disponibil.
Transport gratuit de la 40000 lei Plată online sau ramburs, în funcție de opțiunile comenzii.
Retur gratuit în 14 zile Comandă securizată și suport în română.
Doresc să fiu notificat când acest titlu va fi disponibil:

Specificații

ISBN-13: 9781645609131
ISBN-10: 1645609138
Pagini: 562
Dimensiuni: 152 x 229 x 32 mm
Greutate: 0.74 kg
Editura: BLACK EAGLE BOOKS

Notă biografică

କେନ୍ଦ୍ର ସାହିତ୍ୟ ଏକାଡେମୀ, ଓଡ଼ିଶା ସାହିତ୍ୟ ଏକାଡେମୀ ଓ ଶାରଳା ପୁରସ୍କାର ଭଳି ବହୁ ପୁରସ୍କାର ଲାଭ କରିଥିବା ଗୌରହରି ଦାସ (୧୯୬୦) ଓଡ଼ିଆ ସାହିତ୍ୟର ଜଣେ କୃତବିଦ୍ୟ ଯଶସ୍ୱୀ ଲେଖକ। ଗଳ୍ପ, ଉପନ୍ୟାସ, ଭ୍ରମଣ କାହାଣୀ ଓ ନାଟକ ପ୍ରଭୃତି ସାହିତ୍ୟର ବିଭିନ୍ନ ବିଭାଗରେ ନିଜର ସାମର୍ଥ୍ୟ ପ୍ରତିପାଦିତ କରିଥିବା ଏହି ଲେଖକଙ୍କର ବହୁ ପୁସ୍ତକ ବିଭିନ୍ନ ଭାଷାରେ ଅନୂଦିତ ହୋଇଛି। ତାଙ୍କ ରଚିତ ଗଳ୍ପ ଆଧାରରେ 'ପ୍ରତୀକ୍ଷା' ଚଳଚ୍ଚିତ୍ର ନିର୍ମିତ ହୋଇଛି ଏବଂ ଏହା ଜାତୀୟ ପୁରସ୍କାର ଲାଭ କରିଛି। ଅଶୀରୁ ଊର୍ଦ୍ଧ୍ୱ ପୁସ୍ତକର ଲେଖକ ଗୌରହରି ଦାସଙ୍କ ବୈଶିଷ୍ଟ୍ୟ ହେଲା ବିବିଧବର୍ଣ୍ଣା କଥାଭୂମି ଏବଂ ବିଶ୍ୱସନୀୟ ଚରିତ୍ର ସମାବେଶ।